logo

ମୟୂରଭଞ୍ଜ ଜିଲ୍ଲାର ବାରିପଦା ଦେଶର ସର୍ବାଧିକ ଏବଂ ବିଶ୍ବର ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର ।

ନୂଆଦିଲ୍ଲୀ/ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ବାରିପଦା ଦେଶର ସର୍ବାଧିକ ଏବଂ ବିଶ୍ବର ଦ୍ବିତୀୟ ସର୍ବାଧିକ ଉତ୍ତପ୍ତ ସହର । ମଙ୍ଗଳବାର ବାରିପଦା ସହରର ତାପମାତ୍ରା ୪୬.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ବିଶ୍ବର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛି । ବାରିପଦା, ବାଲେଶ୍ବର ଏବଂ ଭୁବନେଶ୍ବରର ତାପମାତ୍ରା ବିଶ୍ବ ରେକର୍ଡ କରିଛି ।

ଆଜି ବାଲେଶ୍ବରର ତାମମାତ୍ରା ୪୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିଭଳି ଗତ ୮ ବର୍ଷ ମଧ୍ୟରେ ଏପ୍ରିଲ ମାସରେ ଭୁବନେଶ୍ବରରେ ସର୍ବାଧିକ (୪୫.୪) ତାପମାତ୍ରା ରେକର୍ଡ ହୋଇଛି । ମେ ୪ ଯାଏଁ ରାଜ୍ୟରେ ପ୍ରବଳ ତାତି ଜାରି ରହିବ । ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଆହୁରି ୩-୪ ଡିଗ୍ରୀ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ବାରିପଦା ବିଶ୍ଵର ଦ୍ଵିତୀୟ ସର୍ବାଧିକ ଉତ୍ତପ୍ତ ସହର ହୋଇଥିବା ବେଳେ ୪୬ ଡିଗ୍ରୀ ସହ ତୃତୀୟ ଉତ୍ତପ୍ତ ସହର ବାଲେଶ୍ଵର । ସେହିଭଳି ୪୫.୪ ଡିଗ୍ରୀ ସହ ଦଶମ ସ୍ଥାନରେ ଭୁବନେଶ୍ଵର ରହିଛି । ତେବେ ୪୯.୨ ଡିଗ୍ରୀ ସହ ଓମାନର ଯୋବା ବିଶ୍ଵର ସବୁଠୁ ଉତ୍ତପ୍ତ ସହର ବୋଲି ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଉଛି, ଆଜି ଓଡ଼ିଶାର ୧୫ଟି ସହରରରେ ୪୪ ଡିଗ୍ରୀ ଟପିଛି ପାରଦ ।

ବାରିପଦା, ବାଲେଶ୍ବର ଏବଂ ଭୁବନେଶ୍ବର ବ୍ୟତୀତ ଅନୁଗୁଳ(୪୪.୭), ତାଳଚେର, ଢ଼େଙ୍କାନାଳ ଓ ଯାଜପୁର (୪୪.୫), ବୌଦ୍ଧ (୪୪.୩), ଝାରସୁଗୁଡ଼ା, କଟକ ଏବଂ କେନ୍ଦ୍ରାପଡ଼ା (୪୪.୨ ଡିଗ୍ରୀ ଲେଖାଏଁ) ଏବଂ ଟିଟିଲାଗଡ଼, ନୟାଗଡ଼, ନୂଆପଡ଼ା ଓ ଭଦ୍ରକରେ ୪୪ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି । ତେବେ ଏହା ପୂର୍ବରୁ ଏପ୍ରିଲ ୩୦, ମେ ୧ ଏବଂ ମେ ୨ ଲାଗି ରେଡ୍ ଆଲର୍ଟ ଜାରି କରିଥିଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି (ଏପ୍ରିଲ ୩୦) ରେକର୍ଡ ବ୍ରେକ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆହୁରି ଦୁଇ ଦିନ ରାଜ୍ୟର ଅବସ୍ଥା କଣ ହେବ ତାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

39
7219 views